BJD ପ୍ରାଇଭେଟ୍ କମ୍ପାନି ନୁହେଁ ଏକ ରାଜନୈତିକ ଦଳ: ଦେବୀ ତ୍ରିପାଠୀ

‘ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ରହିଛି ବିଜେଡି’

ଭୁବନେଶ୍ୱର, ୧୮/୦୩: ବିଜେଡିର ଶୋ’ କଜ୍ ନୋଟିସ୍‌ ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ୨୦ ତାରିଖ ଭିତରେ ନୋଟିସ୍‌ର ଉତ୍ତର ଦେବି। BJD ପ୍ରାଇଭେଟ୍ କମ୍ପାନି ନୁହେଁ ଏକ ରାଜନୈତିକ ଦଳ। ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ରହିବ ଓ‌ ଚାଲିବ ବୋଲି କହିଛନ୍ତି ଦେବୀ ତ୍ରିପାଠୀ।

ଏଥିସହ ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ବିଜେଡି ରହିଛି ବୋଲି କହି ବର୍ଷିଛନ୍ତି ଦେବୀ ତ୍ରିପାଠୀ। ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ବର୍ତ୍ତମାନ ରାଜନୈତିକ ଝଡ଼ ସୃଷ୍ଟି କରିଥିବା ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଦେବୀ ତ୍ରିପାଠୀ କହିଛନ୍ତି, ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣି ନାହାନ୍ତି। ଏପରିକି ପ୍ରଭାତ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ନବୀନ। ତେଣୁ ଆଜି ନବୀନ ବାବୁ ଚାପରେ ଆସି ଏହା କହିଥାଇ ପାରନ୍ତି। ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି, ମାତ୍ର ନିଷ୍ପତ୍ତି ସହିତ ନାହିଁ। ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ ବୋଲି କହିଛନ୍ତି ଦେବୀ ତ୍ରିପାଠୀ।