ଭୁବନେଶ୍ୱର, ୨୦/୦୩: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଜେଡ଼ି ବିଧାୟକଙ୍କୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ। ଏହି କାରଣ ଦର୍ଶାଅ ନୋଟିସ୍ ECIଙ୍କ ନିର୍ଦ୍ଦେଶନାମା, ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ ବୋଲି ପ୍ରତ୍ୟୁତ୍ତର ନୋଟିସରେ ଉଲ୍ଲେଖ କରିଛନ୍ତି ବିଧାୟକ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଫୌଜଦାରୀ ମାମଲା ଚେତାବନୀ ଦେଇଛନ୍ତି ବିଧାୟକ।
ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରେ ନାହିଁ ବୋଲି ଚିଠିରେ ଦର୍ଶାଇଲେ ବିଧାୟକ। ମୁଖ୍ୟ ସଚେତକ ହ୍ବିପ୍ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି। ଭୋଟ୍ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ। ଏଥିପାଇଁ BNS- ୧୭୧ ଅନୁଯାୟୀ ବର୍ଷେ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍ ଫୌଜଦାରୀ ମାମଲାକୁ ସାମ୍ନା କରନ୍ତୁ ବୋଲି ବିଧାୟକମାନେ କହିଛନ୍ତି।

