ସମ୍ବଲପୁର, ୨୨/୦୩: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁଖ୍ୟାଳୟ ନିକଟରେ ଥିବା କାଳୀ ମନ୍ଦିର ପ୍ରାଙ୍ଗଣ ଉପର ବନ୍ଧରେ ଏକ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ବାସୀ ଦମକଳ ଓ ପୋଲିସ କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଉକ୍ତ ପୋଖରୀରୁ ମୃତଦେହ ଉଦ୍ଧାର କରିଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି। ତାଙ୍କ ଶାଢ଼ୀ ଓ କପଡା, ଚପଲ ଇତ୍ୟାଦି ପାହାଚରେ ରହିଥିବା ବେଳେ ଗାଧୋଇବାକୁ ଯାଇ ମୃତ୍ୟୁ ବରଣ ହୋଇଛି କି ଅନ୍ୟ କିଛି କାରଣ ରହିଛି ସେ ନେଇ ସ୍ପଷ୍ଟ ଜଣାପଡିନାହିଁ। କୁଚିଣ୍ଡା ପୋଲିସ ତଦନ୍ତ ଜାରି ରଖିଛି।