ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବିତରଣ କମ୍ପାନୀର ଉପଭୋକ୍ତା ସେବା ମୂଲ୍ୟାଙ୍କନ ରିପୋର୍ଟ; ଭାରତର ସର୍ବୋତ୍ତମ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ମଧ୍ୟରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକୁ ମିଳିଲା ସ୍ଥାନ
ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଏହାର ଉପଭୋକ୍ତା ସେବା ମୂଲ୍ୟାଙ୍କନ ରିପୋର୍ଟ (ସିଏସଆରଡି) ରେ ପ୍ରକାଶିତ
ଭୁବନେଶ୍ୱର, ୨୪/୦୩: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଆର୍ଥିକ ବର୍ଷ ୨୦୨୪-୨୫ର ବିତରଣ କମ୍ପାନୀର ଉପଭୋକ୍ତା ସେବା ମୂଲ୍ୟାଙ୍କନ ରିପୋର୍ଟ (ସିଏସଆରଡି) ରେ ଓଡ଼ିଶାର ଚାରୋଟିଯାକ ଡିସକମ୍ ଯଥା ଟିପିସିଓଡିଏଲ, ଟିପିଏସଓଡିଏଲ, ଟିପିଡବ୍ଲୁଓଡିଏଲ୍ ଏବଂ ଟିପିଏନଓଡିଏଲ ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ୟୁଟିଲିଟି ମଧ୍ୟରେ ସ୍ଥାନ ପାଇଛନ୍ତି । ଟାଟା ପାୱାର ନେତୃତ୍ୱରେ ପରିଚାଳିତ ଏହି ଚାରୋଟିଯାକ ଡିସକମ୍ ଏ ମାନ୍ୟତା ପାଇ ପ୍ରମାଣିତ କରିଛନ୍ତି ଯେ ବିଦ୍ୟୁତ ବିତରଣ କ୍ଷେତ୍ରରେ ହୋଇଥିବା ସଂସ୍କାର ପାଇଁ ଓଡ଼ିଶା ଆଜି ସାରା ଭାରତରେ ଏକ ଅଗ୍ରଣୀ ଓ ଆଦର୍ଶ ମଡେଲ୍ରେ ପରିଣତ ହୋଇଛି ।
ରାଜ୍ୟର ୧୦ ମିଲିୟନରୁ ଅଧିକ (ପ୍ରାୟ ୧ କୋଟି) ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ଏହି ଡିସକମ୍ ଗୁଡ଼ିକ ସମଗ୍ର ରାଜ୍ୟରେ ଭରସାଯୋଗ୍ୟ ଏବଂ ଗ୍ରାହକ-କୈନ୍ଦ୍ରିକ ବିଦ୍ୟୁତ ଯୋଗାଣ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଜାରି ରଖିଛନ୍ତି ।
ଗ୍ରାହକମାନଙ୍କୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡରେ ଏହି ଡିସକମ୍ ଗୁଡ଼ିକ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ବିଶେଷ କରି ବିଦ୍ୟୁତ ଜନିତ ତ୍ରୁଟିର ସମାଧାନ ଏବଂ ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ କ୍ଷେତ୍ରରେ ସେମାନେ ଏ’ ଏବଂ ‘ଏ+’ ମାନ୍ୟତା ହାସଲ କରିଛନ୍ତି । ଏହା ଉପଭୋକ୍ତାଙ୍କ ସମସ୍ୟାକୁ ସଠିକ୍ ସମୟରେ ଦୂର କରିବା ପାଇଁ ସେମାନଙ୍କର ତରତା ଓ ନିଷ୍ଠାକୁ ପ୍ରମାଣିତ କରୁଛି ।
ନିଜର ପରିଚାଳନାଗତ ଦକ୍ଷତାକୁ ଆହୁରି ସୁଦୃଢ଼ କରି ଓଡ଼ିଶାର ଚାରୋଟିଯାକ ଡିସକମ୍ ପରିଚାଳନା କ୍ଷେତ୍ରରେ ନିର୍ଭରଯୋଗ୍ୟତା ପାଇଁ ଏ+’ ମାନ୍ୟତା ହାସଲ କରିଛନ୍ତି । ଏହା ସେମାନଙ୍କର ବିଦ୍ୟୁତ ନେଟୱାର୍କର ଉନ୍ନତି ଏବଂ ବିନା ବାଧାରେ ଉପଭୋକ୍ତାମାନଙ୍କୁ ନିରନ୍ତର ସେବା ଯୋଗାଇଦେବାର ସଫଳତାକୁ ଦର୍ଶାଉଛି ।
ଏହି ସଫଳତା ଚଳିତ ବର୍ଷର ପୂର୍ବ ସଫଳତା ଉପରେ ପର୍ଯ୍ୟବେସିତ । ପୂର୍ବରୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆର୍ôଥକ ବର୍ଷ ୨୦୨୫ ପାଇଁ ବିଦ୍ୟୁତ ବିତରଣ ଯୁଟିଲିଟିର ୧୪ତମ ସମନ୍ୱିତ ରେଟିଂ ଏବଂ ରାଙ୍କିଙ୍ଗ ରିପୋର୍ଟ ରେ ମଧ୍ୟ ଟାଟା ପାୱାର ଓଡ଼ିଶା ନେତୃତ୍ୱାଧୀନ ଦୁଇଟି ଡିସକମ୍ ଏ+’ ମାନ୍ୟତା ପାଇଥିଲେ । ଏହା ଜାତୀୟ ସ୍ତରରେ ସେମାନଙ୍କର କ୍ରମାଗତ ଉତ୍କର୍ଷତାକୁ ପ୍ରମାଣିତ କରୁଛି । ଜାତୀୟ ସ୍ତରର ବିଭିନ୍ନ ମାନଦରେ ଓଡ଼ିଶାର ବିଦ୍ୟୁତ ସଂସ୍ଥାଗୁଡ଼ିକ ଯେ କ୍ରମାଗତ ଭାବେ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛନ୍ତି, ଏହି ନୂଆ ମାନ୍ୟତା ତାହାକୁ ପୁଣି ଥରେ ପ୍ରମାଣିତ କରିଛି ।
ଏହି ସଫଳତା ଓଡ଼ିଶା ମଡେଲର ନିରନ୍ତର ସଫଳତାକୁ ଦର୍ଶାଉଛି, ଯାହା ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଥିବା ସରକାରୀ-ବେସରକାରୀ ସହଭାଗିତା (ପିପିପି) ଦ୍ୱାରା ପରିଚାଳିତ । ଏହି ସହଭାଗିତା ରାଜ୍ୟରେ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିଛି ।
ଚଳିତ ବର୍ଷ ପ୍ରକାଶିତ ଏହି ପଞ୍ଚମ ସଂସ୍କରଣ ରିପୋର୍ଟ (ଆର୍ôଥକ ବର୍ଷ ୨୦୨୪-୨୫) ରେ ଦେଶର ମୋଟ ୬୬ଟି ୟୁଟିଲିଟି ଅଂଶଗ୍ରହଣ କରିଥିଲେ ।
କେନ୍ଦ୍ର ସରକାରଙ୍କ ଏହି ସିଏସଆରଡି ରିପୋର୍ଟ ଡିସକମ୍ ଗୁଡ଼ିକୁ ସେମାନଙ୍କର ପ୍ରଦର୍ଶନରେ ଥିବା ଅଭାବକୁ ଚିହ୍ନଟ କରିବା ସହ ଉନ୍ନତ ପ୍ରଣାଳୀରେ ଉପଭୋକ୍ତା ସେବା ଓ ଉପଭୋକ୍ତା ସନ୍ତୁଷ୍ଟି କ୍ଷେତ୍ରରେ କ୍ରମାଗତ ଉନ୍ନତି ଆଣିପାରୁଛନ୍ତି ।
ଟାଟା ପାୱାର ନେତୃତ୍ୱରେ ଚାଲିଥିବା ଏହି ସଂସ୍କାର ପରିଚାଳନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି, ଡିଜିଟାଲାଇଜେସନ୍କୁ ତ୍ୱରାନ୍ୱିତ କରିବା ଏବଂ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏହା ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହେବା ସହ ସମଗ୍ର ଦେଶର ବିଦ୍ୟୁତ କ୍ଷେତ୍ର ପାଇଁ ଏକ ନୂତନ ମାନଦ ସ୍ଥାପନ କରିଛି ।