ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ
ସିଙ୍ଗିଲ ଡିଜିଟ୍କୁ ଖସିଲା ମାଓବାଦୀଙ୍କ ସଂଖ୍ୟା
ଶୁକ୍ରୁକୁ ମିଳିବ ୫୫ ଲକ୍ଷର ପୁରସ୍କାର ବାବଦ ଅର୍ଥ
କନ୍ଧମାଳ, ୨୪/୦୩: ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁ ସହ ଆଉ ୪ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ। ଏକେ-୪୭ ସହ ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଶୁକ୍ରୁର ସରେଣ୍ଡର ପରେ ଆଣ୍ଟି ନକ୍ସଲ ଅପରେସନ ADG ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି, କନ୍ଧମାଳ ପୋଲିସ ପାଖରେ ଶୁକ୍ରୁ ସରେଣ୍ଡର କରିସାରିଛି। ଶୁକ୍ରୁ ନାଁରେ ଥିବା ୫୫ ଲକ୍ଷର ପୁରସ୍କାର ବାବଦ ଅର୍ଥ ତାକୁ ଦିଆଯିବ। ଏଥିସହ ସରକାରଙ୍କ ପକ୍ଷରୁ ଘୋଷିତ ଅନ୍ୟ ସୁବିଧା ସବୁ ପାଇବ। ବର୍ତ୍ତମାନ ମାଓବାଦୀଙ୍କ ସଂଖ୍ୟା ରାଜ୍ୟରେ ସିଙ୍ଗିଲ ଡିଜିଟ୍କୁ ଖସିଛି। ମାଓ ସଂଗଠନ ପାଇଁ ଏହା ଝଟ୍କା, ଆମ ପାଇଁ ବଡ଼ ସଫଳତା। ଆଉ ଯେଉଁମାନେ ରହି ଯାଇଛନ୍ତି ଆତ୍ମସମର୍ପଣ ପାଇଁ ଆହ୍ବାନ କରୁଛୁ।
ମାଲକାନଗିରି ଜିଲ୍ଲାର ବାସିନ୍ଦା ଏବଂ ନିଷିଦ୍ଧ ସିପିଆଇ (ମାଓବାଦୀ)ର ରାଜ୍ୟ କମିଟି ସଦସ୍ୟ ୪୯ ବର୍ଷୀୟ ଶୁକ୍ରୁ ଓଡ଼ିଶାର ସବୁଠାରୁ ବରିଷ୍ଠ ସକ୍ରିୟ ମାଓବାଦୀ ଥିଲା। ସୁକ୍ରୁ ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଏକ ବଡ଼ ପ୍ରତିବନ୍ଧକ ପାଲଟିଥିଲା। ଚଳିତ ବର୍ଷ ଜାନୁଆରୀରେ, ସେ ସହଯୋଗୀ ଅନ୍ୱେଶଙ୍କୁ ହତ୍ୟା କରିଥିଲା। ସେ ଜଣେ ଡିଭିଜନାଲ କମିଟି ସଦସ୍ୟ ଏବଂ ସାମରିକ ପ୍ଲାଟୁନ୍ କମାଣ୍ଡର ଥିଲେ ଯିଏ ଅସ୍ତ୍ର ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। କିନ୍ତୁ ଶିଲା ଏବଂ ଯୋଗେଶଙ୍କ ସମେତ ଅନ୍ୟ ସହଯୋଗୀମାନଙ୍କ ସହାୟତାରେ ଅନ୍ୱେଶଙ୍କୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ପୋତି ଦେଇଥିଲା ଶୁକ୍ରୁ। ପରେ ଫେବୃଆରୀ ୨୨ ତାରିଖରେ ସୁରକ୍ଷା ବାହିନୀ ଦ୍ୱାରା ଯୋଗେଶଙ୍କୁ ହତ୍ୟା କରାଯାଇଥିଲା।