ପ୍ରବଳ ବର୍ଷା ପବନ ନେଲା ୨ ଜୀବନ

ବିଳମ୍ବିତ ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ

ବାରିପଦା, ୨୮/୦୩: ବାରିପଦାରେ ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇଟି ପୃଥକ ପୃଥକ ଘଟଣାରେ ୨ ମୃତ, ୩ ଜଣ ଆହତ ହୋଇଛନ୍ତି। ଏନ୍ଏଚ୍‌ ୧୮ରେ ଗଛ ପଡ଼ି ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ବାରିପଦା-କୁଳିଅଣା ରାସ୍ତା ଅସନଯୋଡ଼ା ଛକରେ ଏହି ଅଘଟଣ ଘଟିଛି।

ଅନ୍ୟ ଏକ ଘଟଣାରେ ଗଛରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାରିପଦା-ଉଦଳା ରାସ୍ତା ଖୁଣ୍ଟାରେ ଗଛରେ ବାଇକ୍ ପିଟି ହେବା ଫଳରେ ଅଘଟଣ ଘଟିଛି।