ଭୁବନେଶ୍ୱର, ୩୧/୦୩: ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ନିଶିକାନ୍ତ ଦୁବେଙ୍କୁ ଦେଶଦ୍ରୋହ ଆଇନରେ ଗିରଫ କରାଯାଉ। ଓଡ଼ିଶାର ସ୍ୱାଭିମାନ ହେଉଛନ୍ତି ବିଜୁ ପଟ୍ଟନାୟକ। ପାରାଦୀପ ବନ୍ଦର ଓ ହାଲ୍ ହେଉଛି ବିଜୁ ବାବୁଙ୍କ ଅବଦାନ। ଓଡ଼ିଶା ପ୍ରତି ପଣ୍ଡିତ ନେହରୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି।
ସେହିପରି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, “ଜାତି, ଧର୍ମ ନିର୍ବିଶେଷରେ ବିଜୁ ବାବୁ ଆମର ସ୍ୱାଭିମାନ। ଜଣେ ଶିଳ୍ପ ଦଲାଲ ବିଜୁ ବାବୁଙ୍କ ବିରୋଧରେ କହିବ, ବରଦାସ୍ତ କରିବୁନି। ନୂତନ ଓଡ଼ିଶାର ନିର୍ମାତା ହେଉଛନ୍ତି ବିଜୁ ପଟ୍ଟନାୟକ। ହୀରାକୁଦ, ସୈନିକ ସୁଲ୍ଲ, ଠାରୁ ଆରମ୍ଭ କରି ଓୟୁଏଟି ସବୁ ବିଜୁ କରିଛନ୍ତି।