ନିଃସର୍ତ୍ତ ଭୁଲ ମାଗନ୍ତୁ ନିଶିକାନ୍ତ: ବିଜୟ ମହାପାତ୍ର
ନିଶିକାନ୍ତ ଭୁଲ ନ ମାଗିବା ଯାଏଁ ଲଢ଼େଇ ଜାରି ରହିବ: ବିଜେଡ଼ି ବିଧାୟକ
ଭୁବନେଶ୍ୱର, ୩୧/୦୩: ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର। ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନା। ବିଜୁ ବାବୁ ଭାରତର ପ୍ରତିନିଧିତ୍ଵ ଭାବେ ଆମେରିକା ଯାଇଥିଲେ। ବିଜୁ ବାବୁ CIA ଏଜେଣ୍ଟ ନଥିଲେ, ମିଛ ଓ ମନଗଢା କଥା। ୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ବିଜୁ ବାବୁଙ୍କ ଭୂମିକା ଥିଲା। ତାଙ୍କ ଦେହାନ୍ତ ବେଳେ ସବୁ ଜାତୀୟସ୍ତର ନେତା ଆସିଥିଲେ ସ୍ଵର୍ଗଦ୍ଵାର। କିଛି ନଜାଣି ତାଙ୍କ ବିଷୟରେ ଏଭଳି କହିଥିବାରୁ ସେ ତୁରନ୍ତ କ୍ଷମା ମାଗନ୍ତୁ। ନିଶିକାନ୍ତ ଦୁବେ ସାରା ଦେଶକୁ ବିନା ସର୍ତ୍ତରେ ଭୁଲ ମାଗିବା ଦରକାର।
ଅନ୍ୟପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ନବୀନ ବାବୁଙ୍କ କଂଗ୍ରେସ ସହ ମିଶି ମେଣ୍ଟ କରିବା ଓ ସମର୍ଥନ କରିବା ବିଜୁବାବୁଙ୍କୁ କଷ୍ଟ ଦେଉଥିବ। ବିଜୁବାବୁଙ୍କ ପ୍ରତି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ସ୍ପଷ୍ଟୀକରଣ ରଖିସାରିଛନ୍ତି।
ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ବକ୍ତବ୍ୟକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରିଛି ବିଜେଡି। ସେ କ୍ଷମା ନ ମାଗିବା ଯାଏଁ ଏ ବିରୋଧ ଜାରି ରହିବ।
ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ବିଜୁ ବାବୁ ଭୂମିପୁତ୍ର। ତାଙ୍କ ପାଇଁ କୋଉ ଦଳରେ ବାଡ଼ବତା ରହିବ ନାହିଁ। ଯିଏ ବିଜୁବାବୁଙ୍କୁ ଭଲପାଏ ସେ ବିଜୁବାବୁଙ୍କ ପ୍ରତି ଅସମ୍ମାନ କେବେ ସହିପାରିବନି, ଆଗକୁ ଆସି ଏ ଲଢ଼େଇରେ ସାମିଲ ହେବ।