ଚାନ୍ଦବାଲି ନିର୍ବାଚନ ମଳୀର ଯୁବ ନେତା ଶ୍ରୀ ରାଜୀବ ଲୋଚନ ଦାସ ଓ ଶ୍ରୀ ହରିହର ନାଏକଙ୍କ ବିଜେପିରେ ଯୋଗଦାନ
ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ୦୪/୦୪: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଗତ ସାଧାରଣ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଏନେଇ ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ଦିନକୁ ଦିନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଳୀ ଅନ୍ତର୍ଗତ ଧାମରା ଡୋଶିଙ୍ଗା ଅଂଚଳର ଯୁବନେତା ଶ୍ରୀ ରାଜୀବ ଲୋଚନ ଦାସ ଓ କଇଁଥଖୋଲା ପଂଚାୟତର ବିଜେଡି ଯୁବନେତା ଶ୍ରୀ ହରିହର ନାଏକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ବିଜେପି ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ରାଜ୍ୟ ପ୍ୟାନେଲିଷ୍ଟ ଶ୍ରୀ ବ୍ରଜ କିଶୋର ମିଶ୍ର, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଦେବେନ୍ଦ୍ର ନାୟକ, ଭଦ୍ରକ ଜିଲ୍ଲା ସଂପାଦକ ଶ୍ରୀ ପ୍ରିୟରଞ୍ଜନ ଜେନା, ଧାମରାଇ ମଳ ସଭାପତି ଶ୍ରୀ ତ୍ରିଦିବେଶ ପ୍ରଧାନ, ଶ୍ରୀ ଅତୁଲ୍ୟ କୁମାର ଜେନା, ଶ୍ରୀ ରୁଦ୍ର ପ୍ରତାପ ମହାନ୍ତି, ଶ୍ରୀ ରମେଶ ଚନ୍ଦ୍ର ବାରିକ ଓ ଅବଦୁଲ୍ଲ ଅହେଦ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।