ଭୁବନେଶ୍ୱର, ୦୭/୦୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ହାଇୱାକୁ ପଛରୁ ପିଟିଲା ଆମ ବସ୍। ବାରଙ୍ଗ ଥାନା ପଦ୍ମନାଭ ନଗର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
୩୭ ନଂ ଆମ ବସ୍ ଯାତ୍ରୀ ନେଇ ଭୁବନେଶ୍ୱର ଯାଉଥିଲା। ଦୁର୍ଘଟଣାରେ ଆମ ବସ୍ର ୨ଟି କାଚ ଭାଙ୍ଗି ଯାତ୍ରୀଙ୍କ ଉପରେ ପଡ଼ିଲା। କିନ୍ତୁ ଅଳ୍ପକେ ବାର୍ତ୍ତି ଯାଇଛନ୍ତି ଯାତ୍ରୀ।