ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସୋଆ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ ତରଫରୁ କୁଇଜ୍ ଓ ବକୃତା ପ୍ରତିଯୋଗିତା ଆୟୋଜନ

ବିସ୍ତୃତ ତଥ୍ୟ ଜାଣିବା ପାଇଁ ମୋବାଇଲ ନମ୍ବର ଜାରି

ଭୁବନେଶ୍ୱର, ୦୭/୦୪: ଚଳିତ ମାସ ୨୫ ତାରିଖରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌), ପ୍ରାଣୀ ଚିକି୍‌ତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଓ ଏହାର ନିକଟବର୍ତ୍ତୀ ଅଂଚଳର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆସନ୍ତା ୧୨ ତାରିଖ ଦିନ ସକାଳ ୯ଟାରୁ କୁଇଜ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ସୋଆ କ୍ୟାମ୍ପସ-୪ର ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ମଧ୍ୟରୁ ବକ୍ତୃତା ପ୍ରତିଯୋଗିତାର ବିଷୟ ବସ୍ତୁ ରହୌଛି ‘ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ଆପ୍ଲିକେସନ୍ ଇନ୍ ଆନିମଲ ମ୍ୟାନେଜମେଂଟ ପ୍ରାକ୍ଟିସେସ୍ ପଜେସ୍ ମୋର ଏଥିକାଲ୍ ରିସ୍କ ଅର୍ ବେନିଫିଟ୍ସ” ।

ଭୁବନେଶ୍ୱର ଏବଂ ଏହାର ଆଖପାଖ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିବା ନିମନ୍ତେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଜଣାଇଛନ୍ତି ।

ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ପ୍ରାଣୀ ଚିକିତ୍ସା ପାଳନ ଦିବସରେ ପୁରସ୍କୃତ କରିବା ସହ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଫେସର (ଡାକ୍ତର) ଦାସ ପ୍ରକାଶ କରିଛନ୍ତି ।

ସବିଶେଷ ବିବରଣୀ ଜାଣିବା ପାଇଁ ଦିଆଯାଇଥିବା ଉକ୍ତ ଫୋନ୍ ନମ୍ବର ୯୯୩୭୫୧୩୫୯୯ ଦ୍ୱାରା ସହଯୋଗ କରିପାରିବେ ।