କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱରରୁ ଜଟଣୀ
କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା
ଭୁବନେଶ୍ୱର, ୨୪/୧୦: ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ଜଟଣୀରେ ଆରବିଆଇ ଡାଟା ସେଣ୍ଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏ ନେଇ ମୋଦିଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ସଡ଼କ ପଥରେ ଫେରିବାର କାର୍ଯ୍ୟକମ ଥିବାରୁ ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ଯାଏଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଆରବିଆଇ ଡାଟା ସେଣ୍ଟର, ଇନଫୋଭାଲି, ତଳଖେତ, ଭୁଆସୁଣୀ ଛକ, ଏନ୍ଏଚ୍ ୧୬, ଜୟଦେବ ବିହାର, ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବିଏନ୍ ଛକ,ପାୱାର ହାଉସ, ଲୋକ ଭବନ, ଏଜି ଓ ହସ୍ପିଚାଲ ଛକରେ ଯାତାୟାତ କଟକଣା ରହିଛି। ବିକଳ୍ପ ରାସ୍ତା ବ୍ୟବହାର ସହ ଅତିରିକ୍ତ ସମୟ ହାତରେ ରଖିବାକୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜଧାନୀରେ ମୁତୟନ ହେବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ। ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବଳୟରେ ରହିବ। ୨୨୩ ଏସ୍ଆଇ ଓ ଏଏସ୍ଆଇ ସୁରକ୍ଷା ଦାୟିତ୍ୱରେ ରହିବେ। ୭୧ ଆଇଆଇସି, ୩୭ ଏଏସ୍ପି ଓ ଡିଏସ୍ପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ। ସେହିପରି ୧୦ ଏସ୍ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ ଦାୟିତ୍ୱ ସମ୍ଭାଳିବେ।