ବିଦ୍ୟୁତ୍ ଚାଳିତ ଆମ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପିଏମ୍ ଇ-ବସ୍ ସେବା ଯୋଜନା ଅନ୍ତର୍ଗତ ବିଦ୍ୟୁତ୍‌ଚାଳିତ ‘ଆମ ବସ୍’ ସେବାର ଶୁଭାରମ୍ଭ

ଭୁବନେଶ୍ୱର, ୨୪/୧୦: ରାଜ୍ୟର ସହରାଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଗମ, ଆଧୁନିକ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ପିଏମ୍ ଇ-ବସ୍ ସେବା ଯୋଜନା ଅନ୍ତର୍ଗତ ବିଦ୍ୟୁତ୍‌ଚାଳିତ ‘ଆମ ବସ୍’ ସେବାର ଶୁଭାରମ୍ଭ କରାଯାଇଛି। ଶନିବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ହୋଇଛି ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ। ଏହି ଅବସରରେ ବିଦ୍ୟୁତଚାଳିତ ଆମ ବସ ସେବାର ଶୁଭାରମ୍ଭ ହୋଇଛି।

କେନ୍ଦ୍ର ସରକାରଙ୍କ ପିଏମ୍ ଇ-ବସ୍ ସେବା ଯୋଜନାରେ ଦେଶର ବିଭିନ୍ନ ସହରରେ ୧୦ ହଜାର ବିଦ୍ୟୁତ୍‌ଚାଳିତ ବସ୍‌ ଚଳାଚଳ କରାଇବାର ଲକ୍ଷ୍ୟ ରହିଛି। ଏହି ଯୋଜନାରେ ବସ୍‌ ସେବା ସହ ଆବଶ୍ୟକ ଡିପୋ, ଚାର୍ଜିଂ ବ୍ୟବସ୍ଥା ଓ ଯାତ୍ରୀଙ୍କ ସୁବିଧା ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।