ନୂଆଦିଲ୍ଲୀ, ୨୪/୧୦: ବାତ୍ୟା ଆଶଙ୍କା ନେଇ ସ୍ଥଗିତ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଛି। ଆସନ୍ତା ୨୮ ଓ ୨୯ରେ ମୟୂରଭଞ୍ଜ ଗସ୍ତ କରିଥାନ୍ତେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ। ଏହା ବଦଳରେ ନଭେମ୍ବର ୪ ଓ ୫ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଏ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ସୂଚନା ମିଳିଛି।