ବଲାଙ୍ଗୀର, ୧୦/୦୪: ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗୁଡ଼ଭେଳା ବ୍ଲକ ପରିସରରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ଠିକା କାମ ବଣ୍ଟନକୁ ନେଇ ହାତାହାତି ହୋଇଛନ୍ତି କିଛି କର୍ମୀ। ଆହତ କର୍ମୀଙ୍କୁ ଗୁଡଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ତୁଷୁରା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି।
Prev Post
Next Post