ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

ସମସ୍ତ ଜିଲ୍ଲା SP, DCPଙ୍କୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର, ୧୦/୦୪: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ୍‌ ଚିକିତ୍ସା। ‘ପ୍ରଧାନମନ୍ତ୍ରୀ ରାହତ୍‌’ ଯୋଜନା ମାଧ୍ୟମରେ ମିଳିବ ମାଗଣା ଚିକିତ୍ସା। ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପିଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ଦେଢ଼ ଲକ୍ଷ ପର୍ଯ୍ୟନ୍ତ କ୍ୟାସ୍‌ଲେସ୍‌ ଚିକିତ୍ସା ଯୋଗାଇ ଦିଆଯିବ।‌ କ୍ୟାସ୍‌ଲେସ୍‌ ଚିକିତ୍ସାରେ ଦୁର୍ଘଟଣା ପରଠୁ ୭ ଦିନ ଯାଏଁ ଚିକିତ୍ସା ସୁବିଧା ମିଳିବ। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ। ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲାରେ ଜଣେ DySP ପାହ୍ୟାର ଅଧିକାରୀ ନୋଡାଲ ଅଫିସର ଭାବେ ନିଯୁକ୍ତି ହେବେ। ଜାଲିଆତି ରୋକିବା ପାଇଁ ସିସିଟିଭି ଓ ଟୋଲ୍‌ ତଥ୍ୟର ସହାୟତା ନିଆଯିବ।