ଉଚ୍ଚତର ଗବେଷଣା ନିମନ୍ତେ ସୋଆ ଏବଂ ଆଇସିଏଆର- ଏନ୍‌ଆର୍‌ସିୱାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ପ୍ରାଣୀ ପ୍ରଜନନ ଓ ପ୍ରସୂତୀ ବିଭାଗର ଉଚ୍ଚତର ମିଳିତ ଗବେଷଣା ସୃଷ୍ଟି ହେବ

ଭୁବନେଶ୍ୱର, ୧୦/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସହିତ ଅରୁଣାଚଳ ପ୍ରଦେଶର ଡିରାଙ୍ଗ ସ୍ଥିତ ଆଇସିଏଆର-ନ୍ୟାସନାଲ୍ ରିସର୍ଚ୍ଚ ସେଂଟର ଅନ୍ ୟାକ (ଏନ୍‌ଆର୍‌ସିୱାଇ) ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ସୋଆ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଓ ଆଇସିଏଆର-ଏନ୍‌ଆର୍‌ସିୱାଇର ବରିଷ୍ଠ ବୈଜ୍ଞାନିକ ଡାକ୍ତର ଦୀନମଣି ମେଧି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଏବଂ ପ୍ରାଣୀ ପ୍ରଜନନ ଓ ପ୍ରସୂତୀ ବିଭାଗର ମୁଖ୍ୟ ଡାକ୍ତର ଅଶୋକ କୁମାର ବାରିକ ତଥା ବିଭାଗୀୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ ।

ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଭବିଷ୍ୟତରେ ପ୍ରାଣୀ ପ୍ରଜନନ ଓ ପ୍ରସୂତୀ ବିଭାଗର ଉଚ୍ଚତର ମିଳିତ ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହୋଇଛି ।