ଭୁବନେଶ୍ୱର, ୧୩/୦୪: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ହୋଇପାରେ ବିଜେଡି-କଂଗ୍ରେସ ମେଣ୍ଟ। ଏ ନେଇ ସଙ୍କେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଆଉ ଏହାକୁ ସମର୍ଥନ କରିଛନ୍ତି ବିଜେଡ଼ି ନେତା ଦେବୀ ମିଶ୍ର।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ। ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ମେଣ୍ଟ ହୋଇପାରେ। ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ। ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟଳୟ ଉଦ୍ଘାଟନ ବେଳେ ଏପରି କହିଛନ୍ତି ଭକ୍ତ ଦାସ।
ପିସିସି ସଭାପତିଙ୍କ ମେଣ୍ଟ ଆକଳନକୁ ପରୋକ୍ଷରେ ସମର୍ଥନ କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ଦେବୀ ମିଶ୍ର କହିଛନ୍ତି, ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ। ପିସିସି ସଭାପତି ଯଦି କହିଛନ୍ତି, ତାହାଲେ କିଛି ଅନୁଧ୍ୟାନ କରି କହିଥିବେ। ପରିସ୍ଥିତିକୁ ଦେଖି ରାଜ୍ୟ ସ୍ବାର୍ଥ ଅନୁସାରେ ନବୀନ ବାବୁ ନିଷ୍ପତ୍ତି ନେବେ।