କୋଣାର୍କ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିରେ ରଜତ ଜୟନ୍ତୀ ଉତ୍ସବ ପାଳିତ
‘ଉଟୋପିଆ-୨୦୨୬’ ଆଡମ୍ୱରପୂର୍ଣ୍ଣ ଭାବେ ପାଳିତ
ଭୁବନେଶ୍ବର, ୧୫/୦୪: ଭୁବନେଶ୍ବର ନିକଟସ୍ଥ ଜଟଣୀରେ ଥିବା କୋଣାର୍କ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅନୁଷ୍ଠାନକୁ ୨୫ବର୍ଷ ପୁରିଛି | ଏହି ଅବସରରେ ଦୁଇଦିନ ଧରି ବାର୍ଷିକ ଉତ୍ସବ ‘ଉଟୋପିଆ-୨୦୨୬’କୁ ରଜତ ଜୟନ୍ତୀ ସଂସ୍କରଣ ଭାବେ ମହାସମାରୋହରେ ପାଳନ କରାଯାଇଛି I ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବିପିୟୁଟିର ଉପକୁଳପତି ପ୍ରଫେସର ଅମୀୟ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସେହିପରି ହାଇ-ଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ସର ପ୍ରତିଷ୍ଠାତା ଅଧ୍ଯକ୍ଷ ଡ଼ା.ତିରୁପତି ପାଣିଗ୍ରାହୀ ଏବଂ ପରିଚାଳନା ଟ୍ରଷ୍ଟି ଓ ଗ୍ରୁପ୍ ସିଇଓ ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ I କିଷ୍ଟ୍ର ଡିନ୍ ଓ ନିର୍ଦ୍ଦେଶକ ପ୍ରଫେସର ସୂର୍ଯ୍ୟନାରାୟଣ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ଅନୁଷ୍ଠାନର ଉଦ୍ଦେଶ୍ୟ ଉପସ୍ଥାପନ କରିଥିବା ବେଳେ ଡ଼ା. ତିରୁପତି ପାଣିଗ୍ରାହୀ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ସମାଜ ପ୍ରତି ଦାୟିତ୍ବଶୀଳ ଓ ସୁନାଗରିକ ହେବାକୁ ଆହ୍ୱାନ ଜଣାଇଥିଲେ I ବିଦ୍ୟା କେବଳ ଅର୍ଥ ଉପାର୍ଜନପର ମାଧ୍ଯମ ନୁହେଁ ବରଂ ଅର୍ଥ ସହ ପରିବାର,ମାତାପିତା, ସମାଜର ସେବା ସହ ତ୍ୟାଗପୂତ ଜୀବନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ | ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆକର୍ଷିତ ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ଵିତୀୟ ଦିନ ‘ଷ୍ଟାର ନାଇଟ୍’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଫ୍ୟାସନ୍-ଶୋ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଦୁଇଦିନିଆ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପାର୍ଥସାରଥ୍ ଖୁଣ୍ଟିଆ, ପ୍ରଫେସର ଅରୁନ୍ଧତୀ ସେନ୍, ପ୍ରଫେସର ଏଲଏନ୍ ପାଢୀ, ଅନୀଲ ପାଣିଗ୍ରାହୀ, ପ୍ରଫେସର ଦେବାଶିଷ ବ୍ରହ୍ମା, ତିରୁପତି ଚୌଧୂରୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକମାନେ ସହଯୋଗ କରିଥିଲେ I