ସ୍କୁଲ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ

ଖେଳୁଥିଲା ବେଳେ ପାଚେରୀ ଭୁଶୁଡ଼ିବାରୁ ଚାପି ହୋଇଗଲେ ଛାତ୍ରୀ

ଗଜପତି, ୧୫/୦୪: ସ୍କୁଲ୍‌ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ। ଆର. ଉଦୟଗିରି ଥାନା ରୁବୁଡି ସିଂ ପ୍ରାଥମିକ ସ୍କୁଲ୍‌ରେ ଘଟିଛି ଏଭଳି ଅଘଟଣ। ଖେଳୁଥିଲା ବେଳେ ପାଚେରୀ ଭୁଶୁଡ଼ିବାରୁ ଚାପି ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗଜପତି ଜିଲ୍ଲା ନୁଆଁଗଡ ବ୍ଳକ ଅନ୍ତର୍ଗତ ରୁବୁଡି ସିଂ ବିଦ୍ୟାଳୟରେ ଦୁଇଜଣ ଛାତ୍ରୀଙ୍କ ଉପରେ ପାଚେରୀ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଏରନତି ରଇତ (୯) ଓ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ବେଳ୍କସନ ରଇତ (୧୦)ଙ୍କ ମୃତ୍ୟୁ ଘଟିଛି। ପାଚେରୀ ପଡ଼ିବା ଫଳରେ ଘଟଣାସ୍ଥଳର ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି। ଶିକ୍ଷକଙ୍କ ଅବହେଳାରୁ ଏହି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି।