ସମ୍ବଲପୁର ମଣ୍ଡଳରେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ପାଳିତ

ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ

ସମ୍ବଲପୁର, ୧୫/୦୪ : ଭାରତ ରତ୍ନ ବାବାସାହେବ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟରେ ପାଳିତ ହୋଇଥିଲା। ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର,ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ବାବାସାହେବ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବାବାସାହେବଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଚୌଧରୀ ଡକ୍ଟର ବି.ଆର. ଆମ୍ବେଦକରଙ୍କ ନୀତି ଏବଂ ଆଦର୍ଶକୁ ଅନୁସରଣ କରିବାକୁ ରେଳ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ, ଶ୍ରୀ ରାଜେଶ୍ୱର ଟିଗ୍ଗା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।