ନାରୀ ଶକ୍ତି ବନ୍ଦନ ଅଧିନିୟମ”କୁ ସମର୍ଥନରେ ବାଇକ୍ ରାଲି ଭୁବନେଶ୍ୱର ଏଜି ଛକ ଠାରୁ ରମାଦେବୀ ମହିଳା

ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ରାଲିରେ ସାମିଲ ହେଲେ ଶତାଧିକ ମହିଳା ଓ ଯୁବତୀ

ଭୁବନେଶ୍ୱର, ୧୫/୦୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଏବେ ସ୍ୱର୍ଣ୍ଣିମ ଯୁଗଆଡ଼କୁ ଅଗ୍ରସର ହେଉଛି । ବିକଶିତ ଭାରତର ସ୍ୱପ୍ନ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏହି ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କ ପୂର୍ଣ୍ଣ ଯୋଗଦାନ ରହିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଯାଉଛି । ଏହି ଅଧିନିୟମ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ୩୩ ପ୍ରତିଶତ ମହିଳାଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରାଇବ । ସମ୍ବିଧାନରେ ଏହି ସଂଶୋଧନ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଏପ୍ରିଲ ୧୬ରୁ ୧୮ ପର୍ଯ୍ୟନ୍ତ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ହେବାକୁ ଯାଉଛି । ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍‌କୁ ସମର୍ଥନ କରି ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ସୁଶ୍ରୀ କବିତା କଅଁରଙ୍କ ନେତୃତ୍ୱରେ ଏକ ସ୍କୁଟି ଓ ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଏଜି ଛକ ଠାରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶହ ଶହ ସ୍କୁଟି ଏବଂ ବାଇକ ଯୋଗେ ରାଲି କରି ଯୁବତୀ ଓ ମହିଳାମାନେ ଏହି ବିଲ୍‌କୁ ସ୍ୱାଗତ କରିଥିଲେ । ଏହି ଅବସରରେ ରମାଦେବୀଙ୍କ ପ୍ରତିମୂର୍ତୀରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ରାଲିରେ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ସମେତ ଶତାଧିକ ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକର୍ତା ତଥା ସମସ୍ତ ମହିଳା ପଦାଧିକାରୀ ଓ ଯୁବମୋର୍ଚ୍ଚାର ଅଙ୍କିତା ଗଙ୍ଗଦେବ, ଶୀମ୍ରନ ସିଂ ରାଜପୁତ, ପ୍ରିୟଙ୍କା ଛୋଟରାୟ, ଶୁଭଶ୍ରୀ ମହାନ୍ତି, ଶର୍ମିଷ୍ଠା ଦିକ୍ଷୀତ, ଶିବାନୀ ଚୈାଧୁରୀ, ଦିପିକା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।