ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା
ରାଜ୍ୟର ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ସାମିଲ ହେବେ
୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ
ଭୁବନେଶ୍ୱର, ୨୩/୦୪: ନାରୀଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ପାରିତ କରିବାରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀମାନେ ପ୍ରତିବନ୍ଧକ ସାଜିଥିଲେ । ସେମାନେ ଏହି ବିଲ୍ ବିରୋଧରେ ଭୋଟିଂଦେଇ ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଚାହୁଁ ନଥିବା ସ୍ପଷ୍ଟ କରିଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହି ଅଧିନିୟମ ଆଣିଥିଲେ । ପୁରଷ ଓ ମହିଳାମାନଙ୍କ ମଧ୍ୟରେ ରାଜନୀତି କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହି ଅଧିନିୟମ ଏକାନ୍ତ ଆବଶ୍ୟକ ଥିଲା । ମାତ୍ର ଏହି ଅଧିନିୟମକୁ ବିରୋଧୀମାନେ ସଂସଦରେ ପାରିତ କରିବାକୁ ଦେଇ ନଥିଲେ । ଏଥିଯୋଗୁ ଏବେ ସେମାନେ ଦେଶର ମହିଳା ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେବଳ ମହିଳା ନୁହନ୍ତି ମହିଳା ସଶକ୍ତୀକରଣରେ ବିଶ୍ୱାସ ରଖୁଥିବା ଅନେକ ପୁରଷମାନେ ମଧ୍ୟ ଏହି ଆକ୍ରୋଶକୁ ସମର୍ଥନ କରୁଛନ୍ତି ।
ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା” ଆୟୋଜନ କରାଯାଇଥିଲା । ଏଥିରେ ସମାଜର ପ୍ରତ୍ୟେକ ବର୍ଗର ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା ସାମିଲ୍ ହୋଇ ପଥପ୍ରାନ୍ତ ସଭା କରିବା ସହ ବିରୋଧୀ ନେତାଙ୍କ କୁଶପୁତଳିକା ଦାହ କରିଥିଲେ । ନିଜ ଅଧିକାର ପାଇଁ ଆଗକୁ ଆସି ଏହି “ଜନ ଆକ୍ରୋଶ ମହିଳା ପଦ ଯାତ୍ରା”ରେ ସାମିଲ ହୋଇଥିବା ସମସ୍ତ ଭଉଣୀମାନଙ୍କୁ ଧନ୍ୟବାଦ । ସେହିପରି ଏପ୍ରିଲ ୨୪ ଓ ୨୫ ତାରିଖ ଦିନ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଡା. ବିଶ୍ୱାଳ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିମୟ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା । ମାତ୍ର ବିରୋଧୀ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ଯୋଗୁ ଏହି ବିଲ୍ ଆଗତ ହୋଇପାରି ନ ଥିଲା । ତଥ୍ୟ ଅନୁସାରେ ଲୋକସଭାରେ ଏବେ ମାତ୍ର ୧୪% ମହିଳା ଥିଲାବେଳେ ଦେଶର ୧୮ଟି ରାଜ୍ୟରେ ମହିଳା ବିଧାୟକଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତରୁ କମ୍ ରହିଛି । କେତୋଟି ରାଜ୍ୟରେ ଏହି ସଂଖ୍ୟା ଶୂନ ମଧ୍ୟ ରହିଛି । କଂଗ୍ରେସ ସରକାର ଅମଳରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତା ନ ଥିଲା । ମାତ୍ର ମୋଦିଜୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ମହିଳାମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଉଡାଜାହାଜରୁ ସେନାବାହିନୀ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସେମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ରାଜନୀତି କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଏହି ଅଧିନିୟମ ଆଣିଥିଲେ । ମାତ୍ର ମହିଳାମାନଙ୍କୁ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଏହି ବିରୋଧୀମାନେ ମହିଳାମାନଙ୍କ ଉନ୍ନତି ଓ ପ୍ରଗତି ଚାହୁଁ ନ ଥିବା ଦେଶବାସୀ ଜାଣିସାରିଲେଣି । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେ ନାହିଁ । ଏନେଇ ପାର୍ଲିଆମେଂଟରୁ ପଂଚାୟତ ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟର ପ୍ରତ୍ୟେକ ସାଙ୍ଗଠାନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଆୟୋଜନ କରାଯାଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଚେହେରାକୁ ଲୋକଲୋଚନକୁ ଅଣାଯିବ । ଏଥିରେ ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗଦେଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକ ଦ୍ୱାରା ମହିଳାମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିବାଦ କରିବେ । ମହିଳାମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ଜିଲ୍ଲାରୁ ମଣ୍ଡଳ ଓ ବୁଥସ୍ତର ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ । ରାଜ୍ୟର ପ୍ରତି ସାଂଗଠାନିକ ଜିଲ୍ଲାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହେବାକୁ ଡା. ବିଶ୍ୱାଳ ଅନୁରୋଧ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସମ୍ପାଦିକା ଶ୍ରୀମତୀ ନିୟତି ଗିରି, ପୂର୍ବଚନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।