ଓଡ଼ିଶାର ଡାଲମାକୁ ଜାପାନ ରାଷ୍ଟ୍ରଦୂତଙ୍କ ଭୁରି ଭୁରି ପ୍ରଶଂସା

ଧନ୍ୟବାଦ ଜଣାଇଲେ ରାଜ୍ୟପାଳ ହରି ବାବୁ କମ୍ଭମପାଟି

ଭୁବନେଶ୍ୱର, ୨୮/୦୪: ଜାପାନ ଆମ୍ବାସଡର ଓନୋ ସାନ୍ ଓଡ଼ିଶାର ଡାଲମାକୁ ପ୍ରଂଶସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମପାଟି।

ଗତ ୨୪ ତାରିଖରେ ସମ୍ୱଲପୁରର ରେଙ୍ଗାଲିରେ JSW ଓ ଜାପାନର JFE Steel ମଧ୍ୟରେ ଏକ ଜଏଣ୍ଟ ଭେନ୍ଚର ଘୋଷଣା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବାବେଳେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମିଷ୍ଟର ଓନୋ କେଇଚି (Mr ONO Keiichi) ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଜାପାନର ରାଷ୍ଟ୍ରଦୂତଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା। ଯାହା ପରେ ସେ ଓଡ଼ିଆ ଖାଦ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ। ସେ ଓଡ଼ିଶାର ସଂସ୍କୃତି ଓ ଖାଦ୍ୟକୁ ପ୍ରଶଂସା କରିଥିଲେ। ଏହା ସହ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।