ବ୍ୟାଙ୍କକୁ ଶବ ନେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନର ସହାୟତା

କେନ୍ଦୁଝର, ୨୮/୦୪: କେନ୍ଦୁଝର ଜିଲ୍ଲାର ପାଟଣାରେ ବ୍ୟାଙ୍କକୁ ଶବ ନେବା ଘଟଣାରେ ତତ୍ପରତା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ଜିତୁ ମୁଣ୍ଡାଙ୍କୁ ତାଙ୍କ ଭଉଣୀଙ୍କ ବ୍ୟାଙ୍କରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଗଲା। ଏଥିସହ ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଡେଥ୍ ସାର୍ଟିଫିକେଟ ଓ ଲିଗାଲ୍ ହେୟାର ସାର୍ଟିଫିକେଟ ମଧ୍ୟ ପ୍ରଧାନ କରାଯାଇଛି। ଫାଷ୍ଟ ଟ୍ରାକ୍ ମୋଡ୍‌ରେ ମେଡିକାଲ ଅଫିସର ପହଞ୍ଚି ପ୍ରଦାନ କଲେ।

ଅସହାୟ ବ୍ୟକ୍ତି ଯେପରି ଏଭଳି ସ୍ଥିତିକୁ ପୁନର୍ବାର ସାମ୍ନା ନ କରନ୍ତି ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ସରକାରୀ ଓ ବ୍ୟାକିଂ ସହାୟତା ବିନା ବାଧାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅଭାବନୀୟ ଘଟଣା ପଛରେ କାହାର ଅବହେଳା ଅଛି ନା ନାହିଁ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଅସୁବିଧାକୁ ସାମ୍ନା କଲେ ଭୟଭୀତ ନ ହୋଇ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।