ଏମ୍.ସି.ଏଲରେ ପାଳିତ ହେଲା କାର୍ଯ୍ୟସ୍ଥଳରେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଦିବସ
କାର୍ଯ୍ୟାଳୟ ପରିସରରେ ସୁରକ୍ଷା ପତାକା ଉତ୍ତୋଳନ
ସମ୍ବଲପୁର, ୨୮/୦୪: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ମୁଖ୍ୟାଳୟରେ ସୋମବାର ଦିନ ଆନ୍ତର୍ଜାତୀୟ ଶ୍ରମ ସଂଗଠନର କାର୍ଯ୍ଯସ୍ଥଳରେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଜିତ କୁମାର ବେହୁରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କାର୍ଯ୍ୟାଳୟ ପରିସରରେ ସୁରକ୍ଷା ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଶପଥ ପାଠ କରାଇଥିଲେ। କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ବି.ସାଇରାମ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେଙ୍କ ବାର୍ତ୍ତାକୁ ଏମ୍.ସି.ଏଲର ମହାପ୍ରବନ୍ଧକ (ସୁରକ୍ଷା ଏବଂ ଉଦ୍ଧାର) ଶ୍ରୀ ସୁନୀଲ ଶର୍ମା ପାଠ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ବେହୁରା ସୁରକ୍ଷାକୁ ଦୈନିକ ଜୀବନଶୈଳୀରେ ପରିଣତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ ଏବଂ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ସମାନ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ କରିଥିଲେ। ସେ କର୍ମଚାରୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ଉତ୍ପାଦକତା ପାଇଁ ଏକ ସୁସ୍ଥ କାର୍ଯ୍ଯ ପରିବେଶ ବଜାୟ ରଖିବା ଉପରେ ମଧ୍ଯ ସେ ଆଲୋକପାତ କରିଥିଲେ।