ନବଗଠିତ ବିଜେଡି ମିଡିଆ ସେଲ୍ ସଂଯୋଜକ ଟିମକୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ

ବିଜେପିର କୁଶାସନରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଶାଣିତ ଓ ସଚେତନ କରିବ ବିଜେଡି

ଭୁବନେଶ୍ୱର, ୦୩/୧୦: ଭାରତୀୟ ଜନତା ପାର୍ଟି ସରକାରର କୁଶାସନ ଓ କୁପରିଚାଳନାରେ ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି । ସାରା ରାଜ୍ୟରେ ଲୋକେ ଏବେ ଏଭଳି ଲୋକବିରୋଧୀ ଶାସନରେ ତ୍ରାହି ତ୍ରାହି ଡାକୁଛନ୍ତି । ତେଣୁ ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କୁ ଶାଣିତ ଓ ସଚେତନ କରିବା ଏବଂ ଓଡ଼ିଶାର ଲୋକମାନଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବାକୁ ବିଜେଡିର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ନବଗଠିତ ବିଜେଡି ମିଡିଆ ସେଲ୍ର ସଂଯୋଜକ ଟିମ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ନବୀନ ପଟ୍ଟନାୟକ ନବଗଠିତ ମିଡିଆ ସେଲ୍ର ସଂଯୋଜକ ଟିମ୍ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ବିଜେପିର କଳାକାରନାମା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ବୈଦୁ୍ୟତିକ ଗଣମାଧ୍ୟମ, ମୁଦି୍ରତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚାଯିବ । ଭାରତୀୟ ଜନତା ପାର୍ଟି ଉପରେ ଜନସାଧାରଣଙ୍କ ମଧ୍ୟରେ ଯେଉଁ ତୀବ୍ର ଅସନ୍ତୋଷ ରହିଛି, ତାକୁ ଦୁର୍ବାର ଜନଆନେ୍ଦାଳନ ମାଧ୍ୟମରେ ତୋଳି ଧରିବାକୁ ନିଷ୍ପତ୍ତି ହୋଇଥିଲା । ଜନସାଧାରଣଙ୍କ ସାହାଯ୍ୟ, ସହଯୋଗ ଓ ଆଶୀର୍ବାଦରେ ଦଳ ଆଗକୁ ବଢ଼ିବ ଏବଂ ଓଡ଼ିଶାବାସୀଙ୍କ ସେବା ଜାରି ରଖିବ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା ।

ଏହି ବୈଠକରେ ମିଡିଆ ସେଲ୍ର ବିଭିନ୍ନ ଗଣମାଧ୍ୟମ ସଂଯୋଜକ ଟିମ୍ର ଦାୟିତ୍ୱ ପାଇଥିବା ବରିଷ୍ଠ ନେତା ଶ୍ରୀ ସଞ୍ଜୟ ଦାସବର୍ମା, ଡ଼ ଅରୁଣ କୁମାର ସାହୁ, ଶ୍ରୀ ପ୍ରତାପ ଜେନା, ଶ୍ରୀ ଗୌତମବୁଦ୍ଧ ଦାସ, ଶ୍ରୀ ପ୍ରଣବ ବଳବନ୍ତରାୟ, ଡ଼ ଲେନିନ ମହାନ୍ତି, ଡ଼ ପି୍ରୟବ୍ରତ ମାଝୀ, ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ଓ ଅମରେଶ ପତ୍ରି ପ୍ରମୁଖ ଉପସ୍ଥିତ ଥିଲେ ।