ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର

ସ୍ପଷ୍ଟ କଲେ ଡିସିପି ସର୍ବଣା ବିବେକ ଏମ୍

ଭୁବନେଶ୍ୱର, ୦୩/୧୦: ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ପୁଲିସର ଏନକାଉଣ୍ଟର। ଖସିଯିବାକୁ ଉଦ୍ୟମ କରି ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୁଲିସର ପାଲଟା ଗୁଳିରେ ଆହତ ହୋଇଛି ଅଭିଯୁକ୍ତ। ଏଥିରେ ଅଭିଯୁକ୍ତ ଯୁବକର ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଭଡ଼ାରେ ରହୁଥିବା ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଗଞ୍ଜାମ ଅଞ୍ଚଳର ସନ୍ତୋଷ ପଣ୍ଡା ଓରଫ୍ ଶ୍ରୀଧର। ଆଜି ଭୁବନେଶ୍ବର ଚନ୍ଦକା ଅଞ୍ଚଳରୁ ଅଭିଯୁକ୍ତକୁ ଧରିଥିଲା ପୋଲିସ। ଗିରଫ ବେଳେ ପୋଲିସ ଉପରକୁ ଗୁଳି ଚଳାଇବାରୁ ପୋଲିସ ପାଲଟା ଜବାବରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଏ ନେଇ ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଡିସିପି ସର୍ବଣା ବିବେକ ଏମ୍।