୨୦୨୬ ସାଧାରଣ ନିର୍ବାଚନ ବିଧାନସଭା ଓ ଉପ-ନିର୍ବାଚନର ଭୋଟ୍ ଗଣନା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ଓ ଗଣନା ସମୟରେ ତ୍ରୁଟି ନହେବା ପାଇଁ ପରାମର୍ଶ
ଭୁବନେଶ୍ୱର, ୨୯/୦୪: ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ବିଧାନସଭା ତଥା ୨୦୨୬ ମସିହାର ଉପ-ନିର୍ବାଚନ ନିମନ୍ତେ ନିଯୁକ୍ତ ଗଣନା ପର୍ଯ୍ୟବେକ୍ଷକ ମାନଙ୍କୁଏକ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ୍. ଗୋପାଳନ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡକ୍ଟର ଭବାନୀ ଶଙ୍କର ଚୟାନୀ, ଆଇ.ଏ.ଏସ୍. (ଅବସରପ୍ରାପ୍ତ), ପର୍ଯ୍ୟବେକ୍ଷକମାନଙ୍କୁ ଗଣନା ପ୍ରକ୍ରିୟାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।
ଏହି ବିବୃତିରେ ମୁଖ୍ୟତଃ ନିର୍ବାଚନ କମିଶନଙ୍କ ଗାଇଡଲାଇନର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ଗଣନା କେନ୍ଦ୍ରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପର୍ଯ୍ୟବେକ୍ଷକମାନେ କିଭଳି ଭୂମିକା ଗ୍ରହଣ କରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ, ଗଣନା ପ୍ରୋଟୋକଲ୍ର ସଠିକ୍ ପାଳନ, ଆଇନଗତ ବ୍ୟବସ୍ଥା, ଇଭିଏମ ଓ ଭିଭିପାଟ ମେସିନର ସୁରକ୍ଷିତ ପରିଚାଳନା ଏବଂ ରିୟଲ-ଟାଇମ୍ ରିପୋର୍ଟିଂ ସମ୍ପର୍କରେ ପର୍ଯ୍ୟବେକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ଏବଂ ଗଣନା ସମୟରେ କୌଣସି ପ୍ରକାର ତ୍ରୁଟି ନହେବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଉକ୍ତ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ, ଡକ୍ଟର ଭବାନୀ ଶଙ୍କର ଚୟାନୀ, ଆଇ.ଏ.ଏସ୍. (ଅବସରପ୍ରାପ୍ତ) ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ,ଡେ଼ପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ପ୍ରମୁଖ ଉପସ୍ଥିତ ଥିଲେ।