ନାଲକୋ ଅନୁକୁଲ୍ୟରେ ୨୩ ତମ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି ବୈଠକ ଆୟୋଜିତ
ଅଂଶଗ୍ରହଣକାରୀଙ୍କ ପାଇଁ ଏକ ପ୍ରଶ୍ନାବଳୀ ପ୍ରତିଯୋଗିତା ଆୟୋଜିତ
ଭୁବନେଶ୍ଵର, ୨୯/୦୪: କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ମିଳିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି(ଟୋଲିକ- ଉପକ୍ରମ), ଭୁବନେଶ୍ୱରର “୨୩ ତମ ଷାଣ୍ମାସିକ ବୈଠକ ତଥା ଟୋଲିକ ସ୍ତରୀୟ ଦ୍ଵିତୀୟ ରାଜଭାଷା ସମ୍ମିଳନୀ” ଅପ୍ରେଲ ୨୮ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂ, ନାଲକୋ ସିଏମଡି ତଥା ଟୋଲିକ(ଉପକ୍ରମ), ଭୁବନେଶ୍ୱର ଚେୟାରମ୍ୟାନ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ରାଜଭାଷା କାର୍ଯ୍ୟାନ୍ୱୟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ସଦସ୍ୟ କାର୍ଯ୍ୟାଳୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ତଥା ସମ୍ମିଳନୀର ଅଂଶବିଶେଷ ଭାବେ ଏଆଇ ଏବଂ ଅନୁବାଦ ଉପକରଣ ତଥା ସଂସଦୀୟ ରାଜଭାଷା କମିଟିର ପ୍ରଶ୍ନାବଳୀ ଉପରେ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ପ୍ରଶ୍ନାବଳୀ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।
ବୈଠକରେ, ଡକ୍ଟର ତାପସ କୁମାର ପଟ୍ଟନାୟକ, ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ତଥା ଟୋଲିକ(ଉପକ୍ରମ), ଭୁବନେଶ୍ୱରର ଉପାଧ୍ୟକ୍ଷଙ୍କ ସମେତ ଶ୍ରୀ ଆଶୁତୋଷ ରଥ, ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଏବଂ ଭୁବନେଶ୍ୱରସ୍ଥିତ ସାର୍ବଜନୀନ କ୍ଷେତ୍ର ଉପକ୍ରମଗୁଡ଼ିକର ପ୍ରତିନିଧି ଏବଂ କାର୍ଯ୍ୟାଳୟ ମୁଖ୍ୟମାନେ ଉପସ୍ଥିତ ଥିଲେ।