ରାଜ୍ୟର ୩ ଜିଲ୍ଲାରେ ଭୂକମ୍ପ ଅନୁଭୂତ

ଲୋକେ ଭୟଭୀତ

କଳାହାଣ୍ଡି, ୨୯/୦୪: ରାଜ୍ୟର ତିନି ଜିଲ୍ଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ନୂଆପଡ଼ା ଜିଲ୍ଲାର ୨ଟି ବ୍ଲକ ସିନାପାଲି, ବୋଡ଼େନରେ ଭୂକମ୍ପ ଅନୁଭୂତ ହୋଇଛି।

ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଝଟ୍‌କା ଲାଗିଥିବା ସୂଚନା ମିଳିଛି। ଭୟରେ ଘରୁ ବାହାରକୁ ଚାଲି ଆସିଲେ ଲୋକେ। କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ।