ପୁଡୁଚେରୀ ସିଟ୍ ଉପରେ ନଜର

ବିଜେପି ଆଗୁଆ

ପୁଡୁଚେରୀ, ୦୪/୦୫: ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ବିଭିନ୍ନ ଆସନରେ ପ୍ରତିଦ୍ବନ୍ଦ୍ବିତା ଜାରି ରହିଛି। ଆଜି ସକାଳୁ ପୁଡୁଚେରୀ ସମେତ ୫ଟି ରାଜ୍ୟରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ପରେ ଇଭିଏମ (EVM) ଗଣତି କରାଯାଉଛି। ସକାଳ ୧୧ଟା ୩୦ ସୁଦ୍ଧା ବିଜେପି ୧୫ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୪ଟି ଆସନ ଓ ଅନ୍ୟାନ୍ୟ ଦଳ ମଧ୍ୟ ୪ଟି ଆସନରେ ଆଗୁଆ ରହିଛି। ବିଜେପିର ଜିତ୍ ଏକ ପ୍ରକାଶ ନିଶ୍ଚିତ ହୋଇସାରିଛି। ଯାହା ପରେ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବା ସହ ଦଳୀୟ କାର୍ଯ୍ୟାଳୟରେ ସେଲିବ୍ରେସନ ମଧ୍ୟ ଆରମ୍ଭ ହୋଇସାରିଛି।