ଥୁରୁଅନନ୍ତପୁରମ, ୦୪/୦୫: କେରଳ ବିଧାନସଭା ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। କେରଳର ସମସ୍ତ ୧୪୦ଟି ଆସନ ପାଇଁ ଏହି ଗଣତି ଜାରି ରହିଛି। ମୁଖ୍ୟତଃ ଏଲ.ଡି.ଏଫ (LDF) ଏବଂ ୟୁ.ଡି.ଏଫ (UDF) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।
କେରଳରେ ପୁଣିଥରେ କ୍ଷମତା ଦଖଲ ପାଇଁ ବିଭିନ୍ନ ଦଳ ଆଶାବାଦୀ ଅଛନ୍ତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି, ଯାହା ପରେ ଇଭିଏମ୍ (EVM) ଖୋଲାଯିବ।
ସକାଳ ୧୧ଟା ସୁଦ୍ଧା ୟୁଡିଏଫ ୯୪ଟି ଆସନରେ ଆଗୁଆ ରହିଛି। ଏହା ପଛକୁ ଏଲଡିଏଫ ୪୨ଟି ଆସନରେ ଲିଡ୍ କରୁଛି। ବିଜେପି ମାତ୍ର ଗୋଟିଏ ଆସନରେ ଖାତା ଖୋଲିଥିବା ବେଳେ ଅନ୍ୟ ଦଳ ୩ଟି ଆସନରେ ଆଗୁଆ ଅଛନ୍ତି।