ଚେନ୍ନାଇ, ୦୬/୦୫: ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟଙ୍କ ଟିଭିକେ ଦଳ। ଲୋକଭବନ ଯାଇ ତାମିଲନାଡୁ ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ ବିଜୟ। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ।
ଏହା ପୂର୍ବରୁ ବିଜୟଙ୍କ ପାର୍ଟି ଅଫିସରେ ମେଣ୍ଟ କରିବାକୁ ତାମିଲନାଡ଼ୁ କଂଗ୍ରେସ ବିଧାୟକ TVK ମୁଖ୍ୟ ବିଜୟଙ୍କୁ ଭେଟିଥିଲେ। TVK ମୁଖ୍ୟାଳୟକୁ ଯାଇ ସମର୍ଥନ ପତ୍ର ହସ୍ତାନ୍ତର କରିଥିଲେ।
ତେବେ ଥାଲାପତି ବିଜୟଙ୍କ ଶପଥ ଉତ୍ସବକୁ ଆସିପାରନ୍ତି ରାହୁଲ ଗାନ୍ଧି। ରାହୁଲଙ୍କୁ ଶପଥ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ରହିଥିବା ସୂଚନା ମିଳିଛି। AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ମଧ୍ୟ ଯାଇଛି ନିମନ୍ତ୍ରଣ। ଆସନ୍ତା କାଲି ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।