ବ୍ରହ୍ମପୁର, ୨୧/୦୫: ଗିରି ରୋଡରେ ଯୁବକଙ୍କୁ ମାଡ଼ ଘଟଣାରେ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର। ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କଲା ପୋଲିସ।
ଗତକାଲି ବିଳମ୍ବିତ ରାତିରେ ଟାମଣା ରୋଡ଼ରେ ପୋଲିସ ସହ ମୁହାଁମୁହିଁ ହେବା ପରେ ଟାଉନ ଥାନା ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଦେହରେ ଚାରି ରାଉଣ୍ଡ ଗୁଳି ବାଜିଛି। ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତ ମୁକେଶ ସାହୁକୁ MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଭିଯୁକ୍ତ ମୁକେଶ ସାହୁ ନାଁରେ ରହିଛି ୯ରୁ ଅଧିକ ଅପରାଧିକ ମାମଲା। ହତ୍ୟା ଉଦ୍ୟମ, ଡ଼କାୟତି, ଦାଦାବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର ଭଳି ଅପରାଧିକ ମାମଲା ବୈଦ୍ୟନାଥପୁର ଥାନା, ଗୋପାଳପୁର ଥାନା, ଗୋଷାଣୀ ନୂଆଗାଁ ଥାନାରେ ରହିଛି।
ସୂଚନାଯୋଗ୍ୟ, ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୮ଟାରେ ଉମେଶ ସାହୁଙ୍କୁ ଗିରିରୋଡରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଉମେଶଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ଅନ୍ୟ ୨ ଅଭିଯୁକ୍ତରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।