କଟକ, ୨୧/୦୫: ନଦୀ ପଠାରୁ ଅଧାପୋତା ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ। କାଠଯୋଡ଼ି ନଦୀ ପଠାରୁ ଅଧାପୋତା ଅବସ୍ଥାରେ ମିଳିଥିବା ମୃତଦେହ ଘଟଣାରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣି ଗାଁ ନିକଟ ନଦୀ ପଠାରେ ବାଲି ତଳୁ ମୃତଦେହ କୁକୁର ଭିଡ଼ି ଖାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ବାରଙ୍ଗ ପୁଲିସ ଓ ଏସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଏଠାକୁ କେମିତି ଆସିଲା ତାହାର ତଦନ୍ତ ଆରମ୍ଭ କରାଯାଉଛି।