ଅଟୋ-ବସ୍‌ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ

ଦୁର୍ଘଟଣା ଘଟାଇ ବସ୍‌ ଫେରାର୍‌

ଗଞ୍ଜାମ, ୨୨/୦୫: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଲଡ଼କାପଲ୍ଲୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଅଟୋ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

ଅଟୋକୁ ଧକ୍କା ଦେଇ ବସ୍ ଟି କିଛି ବାଟ ଯାଏଁ ଘୋଷାଡ଼ି ନେଇଥିଲା ବସ୍। ଯାହା ଫଳରେ ଅଟୋରେ ଯାଉଥିବା ୬ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାସ୍ଥଳରୁ ବସ୍ ନେଇ ଡ୍ରାଇଭର ଫେରାର ମାରିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।