ଆସୁଛି ଲଘୁଚାପ, ଘୂର୍ଣ୍ଣିବଳୟ ସକ୍ରିୟ

ଲଘୁଚାପ ପ୍ରଭାବରେ କାଳବୈଶାଖୀ ପ୍ରଭାବ ଜୋର ରହିବ

ଭୁବନେଶ୍ୱର, ୨୨/୦୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ଓ ୨୯ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଲଘୁଚାପ ପ୍ରଭାବରେ କାଳବୈଶାଖୀ ପ୍ରଭାବ ଜୋର ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।