ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ

୫୦ରୁ ୬୦ କିମି ପବନ ସହ କୁଆପଥର ବର୍ଷା ଆଶଙ୍କା

ଭୁବନେଶ୍ୱର, ୨୯/୦୫: ତାତି ଗୁଳଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଟ୍ୱିନ ସିଟିରେ ବର୍ଷା। ଭୁବନେଶ୍ୱରର କିଛି ସ୍ଥାନରେ ହାଲୁକା ବର୍ଷା ହେବା ସହ କଟକର କେତେକ ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି।

ଅନ୍ୟପଟେ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ୫୦ରୁ ୬୦ କିମି ପବନ ସହ କୁଆପଥର ବର୍ଷା ଆଶଙ୍କା କରାଯାଉଛି।