ହାଇୱା ହରର: ଦାଦା-ଝିଆରୀଙ୍କୁ ଘୋଷାଡ଼ି ନେଲା

ମୋବାଇଲରେ କଏଦ ଛାତିଥରା ଦୃଶ୍ୟ

ଭୁବନେଶ୍ୱର, ୩୦/୦୫: ଭୁବନେଶ୍ଵରରେ‌ ପୁଣି ହିଟ୍ ଆଣ୍ଡ ରନ୍ ପଳାଶୁଣୀ ପାଖ ଓଭର୍ ବ୍ରିଜ ଉପରେ ହିଟ୍ ଆଣ୍ଡ ରନ୍। କାର୍‌କୁ ପଛ ପଟରୁ ଧକ୍କା ଦେଇ ପ୍ରାୟ ୬୦୦ ମିଟର ଯାଏଁ ଘୋଷାଡ଼ି ନେଲା ହାଇୱା। ମୋବାଇଲରେ କଏଦ୍ ହୋଇଛି ଏହି ଦୁର୍ଘଟଣା ସମୟର ଲାଇଭ ଭିଡିଓ।

ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ହାଇୱା ସହିତ ତାକୁ କାବୁ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ତେବେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍‌ରେ ଥିବା ଦାଦା ଓ ଝିଆରୀ।