ଭୁବନେଶ୍ୱର, ୦୧/୦୬: ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଜାତୀୟ ମାନବାଧିକାର କମିଶନ ଟିମ୍। ଦୁଇଜଣ ଅଧିକାରୀ କରିବେ ଘଟଣାର ତଦନ୍ତ। ତଦନ୍ତ ବେଳେ ଦୁଇଟି ଦିଗ ଉପରେ ଗୁରୁତ୍ବ ଦିଆଯିବ।
ଭିଡ ହିଂସା ଓ ପୋଲିସର ଭୂମିକାକୁ ନେଇ ହେବ ତଦନ୍ତ। ପୋଲିସ କମିଶନର ଓ ଭୁବନେଶ୍ବର DCPଙ୍କ ସହ କଥା ହେବେ। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବେ ଟିମ। ଦୁଇ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରିବ NHRC ଟିମ। ୬ ତାରିଖ ଯାଏଁ ଓଡ଼ିଶାରେ ରହି ତଦନ୍ତ କରିବ ଟିମ୍।