ଭୁବନେଶ୍ୱର, ୦୧/୦୬: ପୁରୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜୁନ୍ ୪ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଆସନ୍ତା ଜୁନ୍ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ। ସମ୍ମିଳନୀରେ ବ୍ରାଜିଲ, ରୁଷିଆ, ଭାରତ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚାଇନା ପ୍ରତିନିଧି ଯୋଗ ଦେବେ।
ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ପ୍ରତିନିଧି ମଧ୍ୟ ଯୋଗ ଦେବେ। ଏହି ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା ଓ ଆଗୁଆ ସତର୍କତା ଉପରେ ଆଲୋଚନା ହେବ।