ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ₹୩୦ ଲକ୍ଷ ପର୍ଯ୍ୟନ୍ତ EV କିଣିବାକୁ ଅନୁମତି

ସରକାରୀ ଅଧିକାରୀମାନେ EV କିଣିବା ପାଇଁ ଅର୍ଥ ବିଭାଗର ଗାଇଡଲାଇନ୍ସ ଜାରି

ଭୁବନେଶ୍ୱର, ୦୧/୦୬: ସରକାରୀ ବ୍ୟବହାର ପାଇଁ ବୈଦ୍ୟୁତିକ ଯାନ (EV) କ୍ରୟ ପାଇଁ ଓଡ଼ିଶା ଅର୍ଥ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି।

ନୂତନ ନିୟମ ଅନୁଯାୟୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ମନ୍ତ୍ରୀମାନେ ₹୩୦ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର EV କିଣିପାରିବେ। ମୁଖ୍ୟ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ସଚିବମାନେ ₹୨୫ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର EV ପାଇଁ ଯୋଗ୍ୟ। ଜିଲ୍ଲା ବିଚାରପତି, କଲେକ୍ଟର ଏବଂ ଜିଲ୍ଲା ପୋଲିସ ଅଧିକ୍ଷକମାନେ ₹୨୦ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର EV କିଣିପାରିବେ।

କୌଣସି ବିଭାଗ କିମ୍ବା ଅଧିକାରୀ EV କିଣିବାକୁ ଚାହୁଁଥିଲେ ସେଥିପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ (Prior Approval) ନେବାକୁ ପଡ଼ିବ। ଏହା ବିନା କୌଣସି ଯାନ କିଣାଯାଇ ପାରିବ ନାହିଁ।

ବର୍ତ୍ତମାନ ଯେଉଁ ସରକାରୀ ଯାନ ବ୍ୟବହାର ହେଉଛି, ତାହାର ନିର୍ଦ୍ଧାରିତ କାର୍ଯ୍ୟକାଳ (prescribed life span) ସମ୍ପୂର୍ଣ୍ଣ ହେବା ପରେ ହିଁ ନୂତନ EV ପାଇଁ ଅର୍ଥ ମଞ୍ଜୁର କରାଯିବ। ଏହା ଅଯଥା ଖର୍ଚ୍ଚ ରୋକିବା ପାଇଁ କରାଯାଇଛି।

ସରକାରୀ ଯାନବାହାନକୁ ପରିବେଶ ଅନୁକୂଳ EV କରିବା।ପେଟ୍ରୋଲ-ଡିଜେଲ୍ ଉପରେ ନିର୍ଭରଶୀଳତା କମାଇବା ଏବଂ କାର୍ବନ ନିର୍ଗମନ (Carbon emission) ହ୍ରାସ କରିବା।ସରକାରୀ ଅର୍ଥର ସଠିକ୍ ବ୍ୟବହାର ନିଶ୍ଚିତ କରିବା ଏବଂ ଅଯଥା ଖର୍ଚ୍ଚ ରୋକିବା। ଅଧିକାରୀଙ୍କ ପଦବୀ ଅନୁଯାୟୀ ଯାନର ମୂଲ୍ୟ ସୀମା ନିର୍ଦ୍ଧାରଣ କରି ସମାନତା ଓ ସ୍ୱଚ୍ଛତା ଆଣିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।