ରାୟପୁର କୃଷି ମହାବିଦ୍ୟାଳୟରେ ଅନନ୍ୟା ମଲ୍ଲଙ୍କ ଅନନ୍ୟ ଓଡିଶୀ ନୃତ୍ୟ
ସହସ୍ରାଧିକ ଛାତ୍ରଛାତ୍ରୀ ଓ ଶିକ୍ଷାବିତ ମାନେ ମନ୍ତ୍ରମୁଗ୍ଧ
ରାୟପୁର, ୦୧/୦୬: ଛତିଶଗଡ ରାୟପୁରସ୍ଥିତ ଇନ୍ଦିରାଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ କୃଷକ ସଭାଗୃହରେ ରାୟପୁର କୃଷି ମହାବିଦ୍ୟାଳୟର ୬୬ତମ ସମାବର୍ତ୍ତନ ମହୋତ୍ସବରେ କଟକ ସିଡିଏର ଶିକୟତ୍ରୀ ଅନସୂୟା ପାତ୍ର ଓ ବିଶିଷ୍ଟ ସଂଗୀତ ଗୁରୁ ବିଭୁଦତ୍ତ ମଲ୍ଲଙ୍କ ଏକମାତ୍ର ସୁକନ୍ୟା ଅନନ୍ୟା ମଲ୍ଲ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ସାହସ୍ରାଧିକ ଯୁବ ଛାତ୍ର ଛାତ୍ରୀ ଓ ଶିକ୍ଷାବିତ୍ ମାନଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ସାରା ଭାରତ ବର୍ଷରୁ ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଦର୍ଶନ ହୋଇ ଥିବାବେଳେ ଅନନ୍ୟାଙ୍କ “ଅହେନୀଳଶୈଳ” ଓଡିଶୀ ନୃତ୍ୟରେ ଜଗନ୍ନାଥ ସଂସ୍କୃତି ଓ ବିଭୂଚେତନା ଭରପୁର ଦର୍ଶକଙ୍କୁ ଆମୋହିତ କରିଥବାବେଳେ କୁଳପତି ପ୍ରଫେସର ଡ଼କ୍ଟର ଗିରିଶ ଚଂଦେଲ ଅନନ୍ୟାଙ୍କ ନୃତ୍ୟର ଭୁୟସୀ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ମେଧାବୀ ଅନନ୍ୟା ଜାତୀୟ ବୃତ୍ତି ପାଇ କୃଷି ମହାବିଦ୍ୟାଳୟର ସ୍ନାତକ ଶେଷ ବର୍ଷରେ ଅଧୟନ କରୁଥୁବା ବେଳେ ପିଲାଟି ଦିନରୁ ଓଡିଶୀ ନୃତ୍ୟ ପ୍ରତି ଅଭିରୁଚି ରଖିଛନ୍ତି।