ଭୁବନେଶ୍ୱର, ୦୫/୦୬: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ କଲେ ଦେବାଶିଷ ସାମନ୍ତରାୟ। ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଦେବାଶିଷ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ଦେବାଶିଷ। ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ନେତା ମାନେ ଉପସ୍ଥିତ ଅଛନ୍ତି।
ନାମାଙ୍କନ ପତ୍ର ଦାଖଲ ପରେ ଦେବାଶିଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରତିକ୍ରିୟାରେ କହିଛନ୍ତି, ବିଜେଡି ଭାଡ଼ି ଖାଲି ହେଉଛି, ଆଗାମୀ ଦିନରେ କଣ ହେଉଛି ଦେଖନ୍ତୁ। ଅଧିକରୁ ଅଧିକ ନେତା ବିଜେପିକୁ ଆସିବେ, ଏଠି ଅଧିକ ସୁଯୋଗ ଅଛି। ଲୋକଙ୍କୁ ସେବା କରିବାର ସୁଯୋଗ ବିଜେପିରେ ଅଧିକ ଅଛି। ଡବଲ୍ ଇଞ୍ଜିନ୍ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି।