ବାଲିଗୁଡ଼ା, ୦୫/୦୬: ବାଲିଗୁଡା ବିଜେଡିରେ ଦେଖାଦେଇଛି ବଡ଼ ହଲଚଲ। ଦଳ ଛାଡ଼ିଲେ ଏକାଧିକ ନେତା। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ବିଜେଡି ଛାଡ଼ିଲେ। ବାଲିଗୁଡ଼ା ବିଧାୟକଙ୍କୁ ସ୍ବାଗତ କରିଥିବା ୨ ନେତାଙ୍କ ନିଲମ୍ବନକୁ ତୀବ୍ର ବିରୋଧ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର।
ତୁମୁଡ଼ିବନ୍ଧ, କ. ନୂଆଗାଁ, ବାଲିଗୁଡ଼ା ଓ କୋଟପାଡ଼ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି। ବିଜେଡି ସା. ସମ୍ପାଦକ ବିଜୟ ନାୟକଙ୍କ କୁଶପୁତ୍ତଳିକା ଜାଳି ଇସ୍ତଫା ଦେଇଛନ୍ତି।
ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୨ ନେତାଙ୍କୁ ନିଲମ୍ବନ ପରେ ବଢୁଛି ଅସନ୍ତୋଷ। ବିଜେଡିରୁ ନିଲମ୍ବିତ ବାଲିଗୁଡ଼ା ବିଧାୟକଙ୍କୁ ସ୍ବାଗତ କରିଥିଲେ ଏହି ଦଳୀୟ ନେତା।