ବିଶ୍ବ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ବର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
କ୍ୟାମ୍ପସ ପରିସରରେ ଲଗାଗଲା ୧୦୦ ଛାୟା ପ୍ରଦାନକାରୀ ଗଛ
ଭୁବନେଶ୍ବର, ୦୫/୦୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ଏକ ସ୍ବଚ୍ଛ ତଥା ସବୁ ସବୁଜ ପରିବେଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବିଶ୍ବ ପରିବେଶ ଦିବସ ପାଳନ କରିଛି I ଚଳିତ ବର୍ଷର ଶୀର୍ଷକ ‘ପ୍ରକୃତି ଦ୍ବାରା ଅନୁପ୍ରାଣିତ-ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ’ ଅନୁଯାୟୀ ଏହି ଉତ୍ସବକୁ ପାଳନ କରିବା କରିବା ପାଇଁ ଅନୁଷ୍ଠାନ କ୍ୟାମ୍ପସ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରାୟ ୧୦୦ ଟି ଛାୟା ପ୍ରଦାନକାରୀ ଗଛ, ଫଳ ଏବଂ ଫୁଲ ଗଛ ଲଗାଯାଇଥିଲା I
ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ I ଅନ୍ୟମାନଙ୍କ ମଧ୍ଯରେ, ପ୍ରଫେସର ବିଜୟ ଶଙ୍କର ପାସୁପୁରେଡି, ଡିନ୍ (ପ୍ରାୟଜିତ ଗବେଷଣା ଏବଂ ଶିଳ୍ପ ପରାମର୍ଶ); ପ୍ରଫେସର ଶରତ କୁମାର ପଣ୍ଡା, ଅଧ୍ଯକ୍ଷ-ଭିତ୍ତିଭୂମି; ଡକ୍ଟର ନରସା ରେଡ୍ଡୀ ଟୁଗୁରୁ, ସହ-ଅଧ୍ଯକ୍ଷ-ଭିତ୍ତିଭୂମି; ଶ୍ରୀ ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର; ଡକ୍ଟଟ ଶିବୈୟା ବାଥୁଲା, ଏନଏସଏସ ସଂଯୋଜକ ; ଶ୍ରୀ କେ. ରବିନ କୁମାର ଡୋରା, ଅକ୍ଷଣ ଇଞ୍ଜିନିୟର; ଶ୍ରୀମତୀ ଶ୍ରୁତି କରମଲକର, ସଭାପତି-ପ୍ରତିଷ୍ଠାନର ଆବାସିକ ; ଅଧ୍ୟାପକ, କର୍ମଚାରୀ, ଛାତ୍ର, ଏନଏସଏସ ସ୍ୱେଚ୍ଛାସେବକ ଏବଂ କ୍ୟାମ୍ପସର ବାସିନ୍ଦାମାନେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ଚାରା ରୋପଣ କରିଥିଲେ I ପ୍ରତିଷ୍ଠାନର ଉଦ୍ୟାନବିତ୍ ଶ୍ରୀ କାମିରେଡ୍ଡି ବିଶ୍ୱେଶ୍ବର ରେଡ୍ଡୀ, କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I
ଏହା ଉଲ୍ଲେଖ କରାଯାଇପାରେ ଯେ ପ୍ରାୟ ୯୩୬ ଏକର ଅଞ୍ଚଳରେ ପରିବ୍ୟାପ୍ତ ଆଇଆଇଟି ଭୁବନେଶ୍ବର କ୍ୟାମ୍ପସ ପରିସରରେ ୫୦,୦୦୦ ରୁ ଅଧିକ ଚିର ସବୁଜ ଏବଂ ଫୁଲ ଏବଂ ଫଳ ଗଛ ରହିଛି I କ୍ୟାମ୍ପସକୁ ପରିଷ୍କାର ଏବଂ ସବୁଜ ରଖିବା ଦିଗରେ ମଧ୍ଯ ଅନୁଷ୍ଠାନ ଅନେକ ପଦକ୍ଷେପ ନେଇଛି I ପରିବେଶ ପ୍ରତି ପ୍ରତିବଦ୍ଧତା ଭାବରେ କ୍ୟାମ୍ପସ ପରିସରରେ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର କରିବାକୁ ମଧ୍ଯ ଅନୁଷ୍ଠାନ ନିଷେଧ କରିଛି I ଆଇଆଇଟି ଭୁବନେଶ୍ବର ଏହି ସ୍ଥାନର ପ୍ରାକୃତିକ ପରିବେଶର ସୁରକ୍ଷା ଦିଗରେ ଅତ୍ୟନ୍ତ ପ୍ରତିବଦ୍ଧ ଥିବା ବେଳେ ଏହି ସ୍ଥାନକୁ ଶିକ୍ଷା ଏବଂ ବୁଦ୍ଧିର କେନ୍ଦ୍ରରେ ପରିଣତ କରିବା ପାଇଁ ଭିତ୍ତିଭୂମି ବିକାଶ କରୁଛି I ପ୍ରତିଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ସାଇକେଲ ଚାଳନା ସଂସ୍କୃତି’ ସଫଳତାର ସହ କାର୍ଯ୍ୟକାରୀ କରିଛି ଯେଉଁଥିରେ ଉଭୟ ସ୍ବାସ୍ଥ୍ୟ ଏବଂ ଫିଟନେସ୍ ପାଇଁ ଏକ ଚେତନା ସୃଷ୍ଟି କରିବା ସହିତ ସେମାନଙ୍କ ଚାରିପାଖରେ ଥିବା ପ୍ରକୃତି ପ୍ରତିପୋଷଣ କରାଯାଇଥାଏ I