ଲାଞ୍ଚ ନେଇ ଫସିଲେ ଲାଇନ୍ ମ୍ୟାନ

ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ, ୦୬/୦୬: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ବାବୁ। ଭିଜିଲାନ୍ସ ଜାଲରେ କଟକ TPCODL ନରସିଂହପୁର ସେକ୍ସନ୍‌ ଲାଇନ୍ ମ୍ୟାନ୍। ୧୫ ହଜାର ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ ଲାଇନ୍ ମ୍ୟାନ୍ ଧର୍ମନିରଞ୍ଜନ ଚୌଧୁରୀ।

ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ପରିବର୍ତ୍ତନ ପାଇଁ ଲାଞ୍ଚ ମାଗିଥିଲେ। ଜଣେ ଚାଷୀଙ୍କୁ ଏଥିପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ UPI ମାଧ୍ୟମରେ ୮ହଜାର ଟଙ୍କା ନେଇଥିଲେ ଲାଇନ୍ ମ୍ୟାନ୍‌। କିନ୍ତୁ ପରେ ଚାଷୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଆଜି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।