ଜେଲରୁ ଫେରି ପୁଣି ଚାକିରିରେ ଯୋଗ ଦେଲେ IAS ଧୀମାନ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ

ଭୁବନେଶ୍ୱର, ୦୬/୦୬: ପୁଣି ଚାକିରିରେ ଯୋଗ ଦେଲେ IAS ଧୀମାନ ଚକମା। ରାଜସ୍ୱ ବିଭାଗର ଉପ ସଚିବ ଭାବେ ଚକମାଙ୍କୁ ନିଯୁକ୍ତି ଦିଆଯାଇଛି।

୨୦୨୧ ବ୍ୟାଚର ଏହି ଆଇଏଏସ ଅଧିକାରୀ ଗତ ବର୍ଷ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କଳାହାଣ୍ଡି ଧର୍ମଗଡର ସବ୍‌ କଲେକ୍ଟର ଥିବା ବେଳେ ଧରାପଡ଼ିଥିଲେ। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା।‌

ଘରୁ ୪୭ ଲକ୍ଷ ଟଙ୍କାର କ୍ୟାସ ବି ଜବତ କରିଥିଲା ଭିଜିଲାନ୍ସ।‌ ଗିରଫ ପରେ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। କିଛି ଦିନ ଜେଲରେ ରହିବା ପରେ ତାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଥିଲା ।