ଘାଟିରେ ପିକଅପ୍ ଓଲଟିଲା: ଦୁଇ ମୃତ, ୩୦ରୁ ଅଧିକ ଆହତ

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଘୋଷଣା

ପାତ୍ରପୁର,୦୮/୦୬ (ସୁରେଶ କୁମାର ପଟ୍ଟନାୟକ): ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଫେରୁଥିବା ବେଳେ ଅଣ୍ଡଅଣ୍ଡା ନିକଟରେ ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକ ହେଲେ ଚିକିଟି କରବାଳୁଆ ନୂଆସାହି ଅଞ୍ଚଳର କୈଳାସ ବେହେରା ଓ ରଙ୍ଗବତୀ ବେହେରା ଦୁଇ ଜଣ ମୃତ୍ୟକଙ୍କ ପରିବାର କୁ ମାନ୍ୟବର ବିଧାୟକ ଚିକିଟି ମୋନରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଆହତଙ୍କ ମଧ୍ୟରୁ ୨୦ ରୁ ଅଧିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନାନୁସାରେ, ପ୍ରାୟ ୩୦ ରୂର୍ଦ୍ଧ୍ ଜଣ ଯାତ୍ରୀ ପିକଅପ୍ ଯୋଗେ ମହେନ୍ଦ୍ରଗିରି ଯାଇଥିଲେ। ଫେରୁଥିବା ବେଳେ ଅଣ୍ଡଅଣ୍ଡା ଘାଟି ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆହତଙ୍କୁ ବାହାର କରିଥିଲେ। ପରେ ଜରଡ଼ା ଥାନା ତୁମ୍ବା ଫାଣ୍ଡି ପୋଲିସ ପହଞ୍ଚି ଆହତମାନଙ୍କୁ ଅଟୋ ଯୋଗେ ପାତ୍ରପୁର ଡାକ୍ତରଖାନାକୁ ପଠାଇଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତତସହିତ ଚିକିଟି ଅଞ୍ଚଳର ଶହ ଶହ ଜନସାଧାରଣ ପାତ୍ରପୁର ମେଡିକାଲ ପରିସରରେ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ର ହାତ ବଢାଇଥିଲେ।ଝୁମ୍ପା ବେହେରା, ବିଜୟ ଗୌଡ , ରୀନା ବେହେରା,ସବିତା ବେହେରା,ଗେଲି ବେହେରା ପ୍ରମୁଖ।ଆହତ ଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ର ଖବର ପାଇ ପାତ୍ରପୁର ଗ୍ରାମର ଯୁବଶକ୍ତି ଏବଂ ଚିକିଟି ନିର୍ବାଚନ ମଣ୍ଡଳୀ ମନୁସେନାର ସମସ୍ତ କାର୍ଯ୍ୟକର୍ତା ପାତ୍ରପୁର ମେଡିକାଲ ରେ ପହଞ୍ଚି ଆହାତମାନଙ୍କୁ ଗାଡିରୁ, ଆମ୍ବୁଲାନ୍ସରୁ, ଅଟରୁ ଓଲ୍ଲାଇ ମେଡିକାଲ ରେ ସମସ୍ତ ପ୍ରକାର ସହଯୋଗ କରିବା ସହ ପାନିୟ ଜଳ ର ସୁ ବନ୍ଦବସ୍ତ କରିଥିବା ଦେଖିବାକୁ ମିଳିଥିଲା। ପାତ୍ରପୁର ଗ୍ରାମର କିଛି ସମାଜସେବୀ ବିଶ୍ବନାଥ ମହାନ୍ତି, ବିଭୁ ପାତ୍ର, ସୁରେଶ କୁମାର ପଟ୍ଟନାୟକ, ଅମିତ କୁମାର ସୁବୁଦ୍ଧି ପ୍ରମୁଖ ନିଜର କାର ଯୋଗେ ଗୁରୁତ୍ୱର ଆହାତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିବାରେ ସହଯୋଗ କରିଥିଲେ। ଘଟଣା ସ୍ଥଳରେ ପାତ୍ରପୁର ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଏବଂ ତୁମ୍ବା ଫାଣ୍ଡି ପହଞ୍ଚି ଏବଂ କିଛି ଲୋକଙ୍କ ସହାୟତାରେ ପ୍ରଥମେ ପାତ୍ରପୁର ମେଡିକାଲ ପହଞ୍ଚାଇବାରେ ସହଯୋଗ କରିଥିଲେ। ପାତ୍ରପୁର ମେଡିକାଲରେ ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରନ ସରେନ, ଚିକିଟି ଏସଡିପିଓ ବିଶ୍ବାମିତ୍ର ହରପାଲ, ଜରଡା ଥାନା ଅଧିକାରୀ ମିନାକ୍ଷୀ ଦଳବେହେରା ଏବଂ ପଲିସ ବାହିନି ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ କିଛି ଅସାମାଜିକ ଲୋକ ରାଜନୀତି କରିବାରେ ପଛାଇନଥିବା ଦେଖିବାକୁ ମିଳିଥିଲା। ଗତକାଲି ମେଡିକାଲ ପରିସରରେ ବିଧାୟକ ମୋନରଞ୍ଜନ ଦ୍ୟାନ ସାମନ୍ତରା ଏବଂ ସାସଂଦ ପ୍ରତିନିଧି ମିନା ଦ୍ୟାନ ସାମନ୍ତରାଙ୍କ ଅନୁପସ୍ଥିତି ଅନୁଭୁତ ହେଉଥିବା ଜନସାଧାରଣ ପ୍ରକାଶ କରିଛନ୍ତି।